ଓଏ, ଶୁଣ୍! ତୁ ଯିବୁକି ଚିଲିକା? କଣ କରିବା, ଆମେ, ଯାଇକି ଚିଲିକା? ଆରେ, ବୋଟ୍ ରେ ବୁଲିବା। ନଉକା ବିହାର ପରେ, ପାଣି ଉପରେ ଭୋଜି କରିବା। ଚିଲିକା ଚିଙ୍ଗୁଡ଼ି, କଙ୍କଡା ସହିତ ସି ଫୁଡ୍ ର ଧୁମ୍ ମଜା ନେବା। ଆଉ ସନ୍ଧ୍ୟା ହେଲେ...! ସନ୍ଧ୍ୟା ହେଲେ, ବନ୍ ଫାୟାର୍ ଲଗେଇ। ଆଇ ମିନ୍, ଧୁନି ଚାନ୍ଦିନୀ ପାଶେ ବସି। ଧିମା ଧିମା ଆଲୁଅ ରେ, ଅନ୍ତାକ୍ଷରି ଖେଳିବା। ଓଃ, ଆଚ୍ଛା, ଆଚ୍ଛା। ଓଏ, ଶୁଣ୍। ତୁ ଯିବୁକି ଚିଲିକା। ଓଃ, କଥା ତାହେଲେ ଏମିତି। କହତ ଦେଖି, ଚିଲିକା ରେ ଆଉ କଣ ସବୁ କରିବାକୁ ଅଛି? କରିବାକୁ ତ ଅଛି, ବହୁତ କିଛି। ହେଲେ ଖାସ୍ ତୋରି ପାଇଁ, ପ୍ଲାନ୍ ଟିକେ ଅଲଗା ପ୍ରକାର୍ ରହିଛି। ବାଲୁଗାଁ ରୁ ଆମେ ଆରମ୍ଭ କରିବା, ମା କାଳିଜାଇ ଦର୍ଶନ କରି, ପାରିକୁଦ ରେ ଟିକେ ଟ୍ରେକିଂ କରିବା। ମାଲୁଦ ରେ ସେଲ୍ଫି ନେବା। ଚଢେଇ ଗୁହା ରେ ଫଟୋ ଶୁଟ୍ କରି, ଆରଳ, ବୈକାଳ, ଆଉ କାସ୍ପିଆନ୍ ଚଢେଇ ଦେଖିବା। ସାତପଡ଼ା ରେ ଦେଖିବା ଡଲ୍ ଫିନ୍ DANCE। ନାଳବଣ ରେ ସନ୍ ସେଟ୍ ଆଉ ହାଲ୍କା ROMANCE। ବୁଲା ବୁଲି ସାରି ଆମେ, ରମ୍ଭା ର ତାରକା RESORT ରେ ରାତି କାଟିବା। କଣ ଭାବୁଚୁ? ଆମେ, ଯିବାକି ଚିଲିକା? ହଉ ବାବା, ହେଲା ଏବେ। କହୁଛୁ ଯଦି, ଚାଲ୍ ଯିବା ଚିଲିକା। ଚାଲ୍ ଆମେ ଯିବା ଚିଲିକା।